top of page
Bhuti

 ବିକାଶ ର କୌଣସି ଏକ ନିର୍ଦିଷ୍ଟ ବୟସସୀମା ନଥାଏ ବୋଲି ଶୁଣିଥିଲି କିନ୍ତୁ ଶଙ୍କର ଙ୍କୁ ଦେଖି ଏହା ମୋର ଅନୁଭବ ହେଲା l ଖୁବ୍ କମ ବୟସରୁ ସାହିତ୍ୟ ପ୍ରତି ଆକୃଷ୍ଟ ହେବା ଆଶ୍ଚର୍ଯ୍ୟ ର କଥା ନୁହେଁ କିନ୍ତୁ ସାହିତ୍ୟିକ ଟିଏ ହେବା ଆଶ୍ଚର୍ଯ୍ୟ ର କଥା ନିଶ୍ଚୟ! "ଭୂତି" କବିତା ସଂକଳନ ର ସବୁତକ କବିତା ପଢ଼ିଲି! ଏହି ସଂକଳନ ରେ ଯୁବ କବି ଅତି ନିଖୁଣ ଭାବରେ ଦର୍ଶାଇଛନ୍ତି ନିଜର ଦାର୍ଶନିକ,ଆଧ୍ୟାତ୍ମିକ,ବୈପ୍ଲବିକ, ସାମାଜିକ ଏବଂ ପ୍ରାକୃତିକ ଚିନ୍ତାଧାରା କୁ l ବୟସ ଅନୁଭବ ଦିଏ ଏବଂ ସାହିତ୍ୟ ରେ ଅନୁଭବ ଏକ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରେ l ସିଧାସଳଖ କହିବାକୁ ଗଲେ, ଶଙ୍କର ଙ୍କ କବିତା ରେ ଅନୁଭବ ର ଅଭାବ ଦେଖିବାକୁ ମିଳିଥିଲେ ମଧ୍ୟ ଏହା ଭବିଷ୍ୟତରେ ଧୀରେ ଧୀରେ ବିକଶିତ ହେବ, ଏହା ନିଃସନ୍ଦେହ l ଯେତେବେଳେ ସେ ମୋତେ କହିଥିଲେ ଅଭିମତ ଟିଏ ଦେବାପାଇଁ, ମୁଁ ଆଶ୍ଚର୍ଯ୍ୟ ହୋଇଥିଲି ଯେ ଆଜିଯାଏଁ ବହି ଖଣ୍ଡିଏ ଲେଖିନଥିବା ଲେଖକ ଟିଏ ନିଜେ ଅବା କେମିତି ଅଭିମତ ଦେବ? ତଥାପି, ଶଙ୍କର ମୋତେ ବାଧ୍ୟ କଲେ ଏବଂ ମୁଁ ମଧ୍ୟ ମନାକରିପାରିଲି ନାହିଁ l ମୁଁ ବ୍ୟକ୍ତିଗତ ଭାବେ ଅନୁଶୀଳନ କରିଛି ଯେ ବହି ଟିଏ ଲେଖିବା ଅତ୍ୟନ୍ତ କଷ୍ଟକର ବ୍ୟାପାର କାରଣ ଏଥିପାଇଁ କେବଳ ସାହିତ୍ୟ ନୁହେଁ ସାହସ ବି ଆବଶ୍ୟକ l ତଥାପି ଶଙ୍କର ଙ୍କର ଏଭଳି ଏକ ଭବିଷ୍ୟତଧର୍ମୀ କାର୍ଯ୍ୟ ଟିଏ ମୋତେ ଅତ୍ୟନ୍ତ ଆନନ୍ଦିତ କରିଛି l ବଡ଼ ଭାଇ ହିସାବରେ ମୋର ପ୍ରେମ, ସ୍ନେହ, ଶ୍ରଦ୍ଧା ସବୁକିଛି ସଦାବେଳେ ଶଙ୍କର ଙ୍କ ପାଇଁ ନିଶ୍ଚିତ ଭାବରେ ରହିଛି ଏବଂ ଆଗକୁ ମଧ୍ୟ ରହିବ l 
ଏକ ଓ ଅଭିନ୍ନ କବିତା ରେ "ଆକାଶର ସେହି ବିରଳ ମେଘରେ,ଗଗନ ରଖିଛି ଇନ୍ଦ୍ର ଜାଲ" ଖୁବ୍ ଛୁଇଁଲା l କବିଟିଏ ଦେଖେ ମେଘ ରେ ପ୍ରେମ, ମେଘ ରେ ପ୍ରୀତି, ମେଘ ରେ ମାଦକତା ଏବଂ ମେଘରେ ଶୀତଳତା କିନ୍ତୁ ଶଙ୍କର ଦେଖିଛନ୍ତି ମେଘ ର ଅନ୍ୟଏକ ରୂପ! ବସ୍, ରେଳଷ୍ଟେସନ ଆଦି ଉପରେ କବିତା ରୁ ଦେଖି ଲାଗୁଛି ଯେ ଯୁବ କବି ଜଣେ ପର୍ଯ୍ୟଟକ ଭାବରେ ଜୀବନ କାଟୁଛନ୍ତି l ଶଙ୍କର ଦେଖନ୍ତି ସକାଳ ରେ ବସନ୍ତ ଏବଂ ହୁଅନ୍ତି କ୍ଲାନ୍ତ ଅପରାହ୍ନ ର ଛିଟା ରେ! ମଶାଣି ଫୁଲ ରୁ ଫୁଲ ସରିବା ଯାଏଁ ; ଏମ କେ ସି ଜି ରୁ ପୋଷ୍ଟମଟର୍ମ ଯାଏଁ ଏବଂ ଦେବତା ରୁ ସଭ୍ୟତା ଯାଏଁ କବିତା ମାନଙ୍କରେ ଭିନ୍ନ ସ୍ୱାଦ ର ଐକିକ ପ୍ରଦର୍ଶନ ର ପ୍ରତିଫଳନ ହେଉଛି - "ଭୂତି" ! ପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମାଆ ଶାରଳା ଙ୍କ ନିକଟରେ କୋଟି କୋଟି ପ୍ରାର୍ଥନା କରୁଛି ଯେ ଆମ ପ୍ରିୟ ଯୁବ କବି ଶଙ୍କର ବିଶ୍ୱାଳ ଭବିଷ୍ୟତରେ ଆଶାତୀତ, ଅଗଣିତ ସଫଳତା ପ୍ରାପ୍ତ କରି ଓଡ଼ିଆ ଭାଷା ସାହିତ୍ୟର ଅନ୍ୟତମ ବିନ୍ଧାଣି ପାଲଟନ୍ତୁ l "ଭୂତି" ପରି କୃତି ଅଜସ୍ର ପରିମାଣରେ ଆସୁଥାଉ l ଜୟ ଜଗନ୍ନାଥ l    
                                                                      ବିଶ୍ୱକସେନ ଦାଶ
ଯୁବ ସାହିତ୍ୟିକ,ଉପସ୍ଥାପକ ଏବଂ ଗବେଷକ 
ସ୍ନାତକୋତ୍ତର, ପଦାର୍ଥ ବିଜ୍ଞାନ,
ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର

 

Bhuti

SKU: IOK282
₹600.00 Regular Price
₹150.00Sale Price
  • Sankar Biswal

bottom of page